ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ମୁଣ୍ଡ ନେଉଛି ଗ୍ରୁପ ଋଣ: କୀଟନାଶକ ପିଇ ମହିଳାଙ୍କ ମୃତ୍ୟୁ, ଜଣେ ଗୁରୁତର

Published By : Prameya | April 1, 2025 8:37 AM

ହାଟଡ଼ିହି ୦୧/୦୪: ନନ୍ଦିପଦା ଥାନା ଅଧୀନ ଶିବନାରାୟଣପୁର ଗ୍ରାମରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ଗ୍ରୁପ ଋଣ । କିଛିଦିନ ଭିତରେ ଦୁଇଜଣ ଆତ୍ମହତ୍ୟା କରିଥିବା ବେଳେ ପୁଣି ଜଣେ ଆତ୍ମହତ୍ୟା ଉଦ୍ୟମ କରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ୍‌ର ଶିବନାରାୟଣପୁର ଗ୍ରାମ । ଗ୍ରାମର ଗିରିଧାରୀ ଦାସ ଜଣେ କ୍ଷୁଦ୍ର ଚାଷୀ ଥିବା ବେଳେ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଚାଷ ପାଇଁ ତାଙ୍କ ପତ୍ନୀ କୁନ୍ତଳା ଦାସ ଗ୍ରୁପ୍‌ ଋଣ ଆଣି ସ୍ୱାମୀଙ୍କୁ ଦେଇଥାନ୍ତି । ଚାଷରୁ ଯାହା ଆୟ ହୁଏ ସେଥିରୁ ଋଣ ଟଙ୍କା ପରିଶୋଧ କରିଥାନ୍ତି । ମହିଳା ଜଣଙ୍କ ଦୁଇଟି ଗ୍ରୁପରୁ ୧ଲକ୍ଷ ୪୦ହଜାର ଟଙ୍କା ଋଣ ଆଣି ଚାଷବାସ କରିଥିଲେ । କିନ୍ତୁ ଚଳିତ ବର୍ଷ ପନିପରିବା ଦର ନରହିବାରୁ ଚାଷରେ ବହୁତ କ୍ଷତିର ସମ୍ମୁଖୀନ ହେଲେ । ଫଳରେ ଋଣ ଟଙ୍କା ପରିଶୋଧ କରିବାରେ ନାନା ସମସ୍ୟା ଦେଖା ଦେବାରୁ ସାହି ପଡିଶା ଲୋକଙ୍କ ଠାରୁ ଧାର କରଜ କରି ଋଣ ସୁଝୁଥିଲେ । 

ଗୋଟିଏ ପଟେ ସାହି ପଡିଶାଙ୍କ ପଇସା ସୁଝି ନଥିବା ବେଳେ ଗ୍ରୁପ ଋଣ ବାଲା ବାରମ୍ବାର ଘରକୁ ଅସି ତାଗିଦା କରିବାରୁ ସେ ମାନସିକ ଭାରସାମ୍ୟ ହରାଇ ଘରେ ଚାଷ ପାଇଁ ଥିବା କୀଟନାଶକ ପିଇ ଦେଇଥିଲେ । ପରିବାର ଲୋକେ ପ୍ରଥମେ ଆନନ୍ଦପୁର ଓ ପରେ କଟକବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ସେହିପରି ଅନ୍ୟ ଜଣେ ବ୍ୟକ୍ତି ଗ୍ରୁପଋଣ ଟଙ୍କା ପରିଶୋଧ କରି ନପାରି ଗତକାଲି ଘରେ ଥିବା କୀଟ ନାଶକ ପିଇ ଦେଇଛନ୍ତି । ତାଙ୍କୁ ମଧ୍ୟ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.